ଭୁବନେଶ୍ୱର, ୩୦/୧୨/୨୦୨୫ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ରାୟଗଡ଼ାରେ ଚଇତି ମହୋତ୍ସବରେ ସାମିଲ ହେବା ସହିତ ସାଂସ୍କୃତିକ ସଂରକ୍ଷଣ ଏବଂ ଗୋଷ୍ଠି ନେତୃତ୍ୱାଧୀନ ବିକାଶ ପ୍ରତି ଏହାର ପ୍ରତିବଦ୍ଧତାକୁ ଦର୍ଶାଇଛି ।
୨୦୦୫ ମସିହାରୁ ପ୍ରତିବର୍ଷ ଆୟୋଜିତ ହେଉଥିବା ଚଇତି ଏକ ପ୍ରମୁଖ ସାଂସ୍କୃତିକ ମହୋତ୍ସବ ଯାହା ଏହି ଅଞ୍ଚଳର ସମୃଦ୍ଧ ଆଦିବାସୀ ଐତିହ୍ୟକୁ ପାଳନ କରିଥାଏ । ଏହି କାର୍ଯ୍ୟକ୍ରମରେ ସମଗ୍ର ଦେଶରୁ ୫୦୦ ରୁ ଅଧିକ କଳାକାରଙ୍କୁ ଏକାଠି କରିବା ସହିତ ଆଦିବାସୀ କଳା, ସଂସ୍କୃତି ଏବଂ ପରମ୍ପରାକୁ ପ୍ରୋତ୍ସାହିତ ପାଇଁ ଏକ ମଞ୍ଚ ଭାବରେ କାର୍ଯ୍ୟ କରେ।
ବେଦାନ୍ତ ଆଲୁମିନିୟମର ଷ୍ଟଲ ମହୋତ୍ସବର ଏକ ପ୍ରମୁଖ ଆକର୍ଷଣ ଥିଲା, ଯେଉଁଥିରେ ସଉରା ଚିତ୍ରକଳା ଏବଂ ଡୋକ୍ରା ହସ୍ତଶିଳ୍ପ ଭଳି ପାରମ୍ପରିକ ଆଦିବାସୀ କଳାର ଏକ ମିଶ୍ରଣ ପ୍ରଦର୍ଶିତ ହୋଇଥିଲା। ପ୍ରଦର୍ଶନୀରେ ପ୍ରକଳ୍ପ ସଖୀ ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକ ମଧ୍ୟ ପ୍ରଦର୍ଶିତ ହୋଇଥିଲା, ଯାହା କମ୍ପାନୀର ମହିଳା-ସଶକ୍ତିକରଣ ପଦକ୍ଷେପ ସହିତ ଲଘୁ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ ଉପରେ ଧ୍ୟାନ ଦେଇଥିଲା। ପ୍ରର୍ଦଶନୀ ସ୍ଥାନରେ ଅଙ୍କା ଯାଉଥିବା ସଉରା ଚିତ୍ରକଳା ବହୁ ସଂଖ୍ୟାରେ ଜନସାଧାରଣଙ୍କୁ ଆକର୍ଷିତ କରିଥିଲା, ଯାହା ଏକ ଆକର୍ଷଣୀୟ ଏବଂ ସାଂସ୍କୃତିକ ଅଭିଜ୍ଞତା ସୃଷ୍ଟି କରିଥିଲା।
ଷ୍ଟଲରେ ଏକ ଅନନ୍ୟ ଆକର୍ଷଣ ଥିଲା ଓଡ଼ିଶାର ହକି ଇଣ୍ଡିଆ ଲିଗ୍ ଦଳ, ବେଦାନ୍ତ ଆଲୁମିନିୟମର ମାଲିକାନାରେ ଥିବା କଳିଙ୍ଗ ଲାନ୍ସର୍ସର ପ୍ରଦର୍ଶନୀ। ପ୍ରଦର୍ଶନୀରେ ଖେଳାଳିଙ୍କ ପ୍ରର୍ଦଶନ ଅନ୍ତର୍ଭୁକ୍ତ ହୋଇଥିଲା, ଯାହା ଏକ ପ୍ରଭାବଶାଳୀ ପ୍ଲାଟଫର୍ମ ସୃଷ୍ଟି କରିବା ସହିତ ଉଭୟ କ୍ରୀଡା ଏବଂ ସାଂସ୍କୃତିକ ଉତ୍ସବକୁ ମିଶ୍ରଣ କରି ପରିଦର୍ଶକଙ୍କ ମନ ମୋହିଥିଲା।
ବେଦାନ୍ତ ଆଲୁମିନିୟମ ଷ୍ଟଲକୁ ମାନ୍ୟବର ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଏମଏସଏମଇ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ଯାହା ୨୫ ହଜାର ରୁ ଅଧିକ ଦର୍ଶକଙ୍କୁ ଆକର୍ଷିତ କରିଥିଲା । ଏଥିରେ ରାୟଗଡ଼ାର ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣୀ, ରାୟଗଡ଼ାର ବିଧାୟକ ଶ୍ରୀଯୁକ୍ତ କାଡ୍ରାକା ଆପାଲା ସ୍ୱାମୀ ଏବଂ ସିଡିଓ ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡୁ ଏବଂ ରାୟଗଡ଼ାର ଶ୍ରୀଯୁକ୍ତ ସଚିନ ଆନ୍ନାସାହେବଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେଇଥିଲେ।
ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ଚଇତି ମହୋତ୍ସବରେ ଆମର ଉପସ୍ଥିତି ବେଦାନ୍ତ ଆଲୁମିନିୟମର ସ୍ୱଦେଶୀ କଳା ସଂସ୍କୃତିକୁ ପାଳନ କରିବା ଏବଂ ସ୍ଥାନୀୟ କାରିଗରମାନଙ୍କୁ ସମର୍ଥନ କରିବାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ସମ୍ପ୍ରଦାୟଗୁଡ଼ିକୁ ବ୍ୟାପକ ଦର୍ଶକଙ୍କ ସହିତ ଯୋଡୁଥିବା ପ୍ଲାଟଫର୍ମ ସୃଷ୍ଟି କରି, ଆମେ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା, ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଅନ୍ତର୍ଭୁକ୍ତି ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ଆଗେଇ ନେବାର ଲକ୍ଷ୍ୟ ରଖିଛୁ।”
ରାୟଗଡା ଜିଲ୍ଲା ପରିଷଦର ସିଡିଓ ଅକ୍ଷୟ କୁମାର ଖେମୁଣ୍ଡୁ ମଧ୍ୟ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ, “ଚଇତି ମହୋତ୍ସବରେ ବେଦାନ୍ତ ଆଲୁମିନିୟମର ଯୋଗଦାନ କାରିଗର ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ବ୍ୟାପକ ଭାବେ ବଜାର ପ୍ରବେଶ ସୁଯୋଗ ପ୍ରଦାନ କରି ଅଞ୍ଚଳର ସାମାଜିକ-ଆର୍ଥିକ ସ୍ଥିତିକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।”
ଚଇତି ମହୋତ୍ସବରେ ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ, ବେଦାନ୍ତ ଆଲୁମିନିୟମ ରାୟଗଡ଼ାରେ ସ୍ଥାନୀୟ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସମ୍ପ୍ରଦାୟ ଅଂଶୀଦାରମାନଙ୍କ ପାଇଁ ସ୍ଥାୟୀ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିବା ସହିତ ସାଂସ୍କୃତିକ ସଂରକ୍ଷଣକୁ ସମର୍ଥନ କରିଆସୁଛି। କମ୍ପାନୀ ବିଶ୍ୱାସ କରେ ଯେ ସ୍ଥାନୀୟ କଳାକାରଙ୍କ ପ୍ରତିଭାକୁ ପ୍ରୋତ୍ସାହିତ କରିବା କେବଳ ସାଂସ୍କୃତିକ ସ୍ପନ୍ଦନ ବୃଦ୍ଧି କରେ ନାହିଁ ବରଂ ଆଗାମୀ ପିଢ଼ି ପାଇଁ ପାରମ୍ପରିକ କଳା ଅଭ୍ୟାସର ନିରନ୍ତରତା ମଧ୍ୟ ସୁନିଶ୍ଚିତ କରେ।
ସ୍ଥାନୀୟ କଳା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ବେଦାନ୍ତ ଆଲୁମିନିୟମର ଅନ୍ୟାନ୍ୟ ପ୍ରଭାବଶାଳୀ ପ୍ରୟାସ ମଧ୍ୟରେ ସୁନ୍ଦରଗଡ଼ରେ ବିଶ୍ୱର ଦୀର୍ଘତମ ସମ୍ବଲପୁରୀ ନାଟକ ପାଇଁ ଥିଏଟରକୁ ସମର୍ଥନ, କୋରାପୁଟରେ ବିଶ୍ୱ ଆଦିବାସୀ ଦିବସର ସାମୁହିକ ଉତ୍ସବ, ନାମଯଜ୍ଞ ଉତ୍ସବ ଏବଂ ଜାମଖାନିରେ ବାହୁଡା ଯାତ୍ରା ଅନ୍ତର୍ଭୁକ୍ତ। ପୂର୍ବରୁ, କମ୍ପାନୀ ‘ରଙ୍ଗବତୀ’ ଏବଂ ‘ଛଇଲି’ ଭଳି ପ୍ରତୀକାତ୍ମକ ଗୀତ ମାଧ୍ୟମରେ ଓଡ଼ିଆ ସଙ୍ଗୀତକୁ ଲୋକପ୍ରିୟ କରିବାର ଶ୍ରେୟ ପାଇଥିବା ପ୍ରସିଦ୍ଧ ସମ୍ବଲପୁରୀ ଲୋକ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ସମ୍ମାନିତ କରିଥିଲା।
ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ଭିତ୍ତିଭୂମି ସହିତ ତୃଣମୂଳସ୍ତରର କ୍ରୀଡା ଏବଂ ସଂସ୍କୃତି ମାଧ୍ୟମରେ ସାମୁହିକ ବିକାଶକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ। ଏହି ପଦକ୍ଷେପଗୁଡ଼ିକ ଏହାର କାର୍ଯ୍ୟ କ୍ଷେତ୍ର ମଧ୍ୟରେ ଏବଂ ବାହାରେ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଉଛି । ସ୍ଥାନୀୟ କର୍ତ୍ତୃପକ୍ଷ, କଲ୍ୟାଣକାରୀ ସଂଗଠନ ଏବଂ ଗୋଷ୍ଠି ସଦସ୍ୟଙ୍କ ସହିତ ଘନିଷ୍ଠ ସହଯୋଗ ମାଧ୍ୟମରେ, ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସାମାଜିକ-ଆର୍ଥିକ ପରିବର୍ତ୍ତନରେ ସକ୍ରିୟ ଭାବରେ ଯୋଗଦାନ ଦେଉଛି।
Trending
- India successfully tests Kusha missile as future S-400 rival
- Digital Lending Gets a Transparency Upgrade in India
- Football’s Ownership Question
- Boards Turn to Retired CEOs When Crisis Hits
- One Chance, Then Gone: India’s Bowling Succession Crisis
- Rajnath uveils landmark policy reforms for ICG personnel & their families
- Odisha coast not much feasible for wind energy projects
- ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି
Wednesday, July 29th, 2026

