ଲାଞ୍ଜିଗଡ଼, କଳାହାଣ୍ଡି, 07/01/2026: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଏହାର ଲାଞ୍ଜିଗଡ଼ ବିଶୋଧନାଗାରରେ ସଫଳତାର ସହ ଏକ ଜରୁରୀକାଳୀନ ମକ୍ ଡ୍ରିଲ୍ ପରିଚାଳନା କରିଛି ଯାହା ବଡ ଧରଣର ବିପଦ ମୁକାବିଲା ପାଇଁ ପ୍ରସ୍ତୁତିକୁ ମଜବୁତ କରିବା ସହ ଏହାର ଜରୁରୀକାଳୀନ ପଦେକ୍ଷପ ଯୋଜନାକୁ ସୁଦୃଢ କରିଛି। ଏହି କାର୍ଯ୍ୟକ୍ରମ କାର୍ଯ୍ୟସ୍ଥଳରେ ସୁରକ୍ଷା ଏବଂ ଜରୁରୀକାଳୀନ ପ୍ରସ୍ତୁତିକୁ ସୁଦୃଢ କରିବା ସହିତ ଶୂନ କ୍ଷୟକ୍ଷତି ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ଦୋହରାଇଥିଲା।
କମ୍ପାନୀର ଥିବା ରେଡ୍ ମଡ୍ ପୋଖରୀ ସ୍ଥାନରେ ଏକ କାଳ୍ପନିକ ପରିସ୍ଥିତି ପ୍ରଦର୍ଶନ କରାଯାଇଥିଲା ଯେଉଁଠାରେ ନିୟମିତ କାର୍ଯ୍ୟ ସମୟରେ ହଠାତ୍ ରେଡ୍ ମଡ୍ ବନ୍ଧ ଭୁଶୁଡ଼ିବା ପରେ ଜଣେ ଏକ୍ସକେଭେଟର ଅପରେଟର ଫସି ରହିଥିଲେ । କାର୍ଯ୍ୟ ବନ୍ଦ ସହିତ ଦୁର୍ଘଟଣା ରୋକିବା ପାଇଁ ଶକ୍ତି ଉତ୍ସକୁ ନିୟନ୍ତ୍ରଣ କରି ଏହି ଅଞ୍ଚଳକୁ ତୁରନ୍ତ ବିଚ୍ଛିନ୍ନ କରାଯାଇଥିଲା | ଉପଯୁକ୍ତ ପିପିଇ ଏବଂ ସ୍ୱତନ୍ତ୍ର ଉପକରଣ ବ୍ୟବହାର କରି ଫସି ରହିଥିବା ଅପରେଟରଙ୍କୁ ସୁରକ୍ଷିତ ଭାବେ ୪ ରୁ ୬ ମିନିଟ୍ ମଧ୍ୟରେ ଉଦ୍ଧାର କରାଯାଇଥିଲା ଏବଂ ସହାୟକ ଦଳଗୁଡ଼ିକୁ ନିୟୋଜିତ କରାଯାଇଥିଲା। ଏହି ଡ୍ରିଲ୍ ସମସ୍ତ ଲକ୍ଷ୍ୟ ହାସଲ ସହିତ ଲକ୍ଷ୍ୟଧାର୍ଯ୍ୟ ସମୟସୀମା, ଯୋଗାଯୋଗ ଏବଂ କ୍ରସ୍-ଫଙ୍କସନାଲ୍ ସମନ୍ୱୟକୁ ସଫଳତାର ସହ ସମାପ୍ତ କରିଥିଲା । ଭବିଷ୍ୟତର ପ୍ରସ୍ତୁତିକୁ ଆହୁରି ମଜବୁତ କରିବା ପାଇଁ ପର୍ଯ୍ୟବେକ୍ଷଣ ଏବଂ ଉନ୍ନତି ପଏଣ୍ଟଗୁଡିକର ଡକ୍ୟୁମେଣ୍ଟସନ କରାଯାଇଛି ।
ଏହି ଅଭ୍ୟାସ ଉପରେ ମନ୍ତବ୍ୟ ଦେଇ ବେଦାନ୍ତ ଆଲୁମିନା ବିଜନେସର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, “ବେଦାନ୍ତ ଆଲୁମିନିୟମରେ ସୁରକ୍ଷା ପ୍ରସ୍ତୁତି ହେଉଛି ଏକ ନିରନ୍ତର ପ୍ରକ୍ରିୟା। ନିୟମିତ ମକ୍ ଡ୍ରିଲ୍ ଆମ ଦଳକୁ ଜଟିଳ ପରିସ୍ଥିତିରେ ଗତି, ସ୍ପଷ୍ଟତା ଏବଂ ଆତ୍ମବିଶ୍ୱାସର ସହ ମୁକାବିଲା କରିବାରେ ସାହାଯ୍ୟ କରିଥାଏ। ଆମ ବ୍ୟବସ୍ଥାଗୁଡ଼ିକର ନିୟମିତ ଭାବେ ପରୀକ୍ଷଣ କରି ଆମେ ସୁନିଶ୍ଚିତ କରୁଛୁ ଯେ ଆମର ଲୋକ, କାର୍ଯ୍ୟକ୍ଷେତ୍ର ଏବଂ ପଡ଼ୋଶୀ ସମ୍ପ୍ରଦାୟ ଯେଭଳି ସୁରକ୍ଷିତ ଏବଂ ନିରାପଦ ରହିବେ।”
ସୁରକ୍ଷା ପ୍ରତି କମ୍ପାନୀର ସ୍ୱଚ୍ଛ ଏବଂ ସକ୍ରିୟ ଆଭିମୁଖ୍ୟକୁ ପ୍ରତିଫଳିତ କରୁଥିବା ମକ୍ ଡ୍ରିଲ୍ କାରଖାନାର ବରିଷ୍ଠ ନେତୃତ୍ୱ ଏବଂ ଗୋଷ୍ଠୀ ପ୍ରତିନିଧିଙ୍କ ଉପସ୍ଥିତିରେ ପରିଚାଳିତ ହୋଇଥିଲା।
ବେଦାନ୍ତ ଆଲୁମିନିୟମ ଏହାର ସମସ୍ତ କାର୍ଯ୍ୟରେ ବିଶ୍ୱସ୍ତରୀୟ ସୁରକ୍ଷା ଅଭ୍ୟାସ ଉପରେ ଧ୍ୟାନ ଜାରି ରଖିଛି। ଓଡ଼ିଶା କାରଖାନା ଏବଂ ବଏଲର ନିର୍ଦ୍ଦେଶାଳୟ, ଏନଡିଆରଏଫ୍ ଏବଂ ଓସ୍ଡମାର ର ସମନ୍ୱୟରେ ଆୟୋଜିତ ନିୟମିତ ମକ୍ ଡ୍ରିଲ୍ ବ୍ୟତୀତ ବେଦାନ୍ତ ଲାଞ୍ଜିଗଡ ଏକାଧିକ ସୁରକ୍ଷା ପଦକ୍ଷେପ କାର୍ଯ୍ୟକାରୀ କରିଛି। ଏଥିରେ ସୁରକ୍ଷିତ ଡ୍ରାଇଭିଂ ସୁନିଶ୍ଚିତ କରିବା ପାଇଁ ସିମୁଲେଟର-ଆଧାରିତ ଡ୍ରାଇଭିଂ ତାଲିମ ଅନ୍ତର୍ଭୁକ୍ତ; ସୁରକ୍ଷା ସଂକଳ୍ପ କାର୍ଯ୍ୟକ୍ରମ, ପ୍ରତିଶ୍ରୁତ ଏବଂ ପାରସ୍ପାରିକ କାର୍ଯ୍ୟକଳାପ ମାଧ୍ୟମରେ ବ୍ୟବହାରିକ ପରିବର୍ତ୍ତନ ଆଣିବା ପାଇଁ ଡିଜାଇନ୍ ହୋଇଥିବା ଏକ ମାସିକ ଅନ୍-ଗ୍ରାଉଣ୍ଡ ପଦକ୍ଷେପ; ଏବଂ ରିଫାଇନାରୀ ମଧ୍ୟରେ ସ୍ମାର୍ଟ ଆଇନା ସୁରକ୍ଷା ମଡେଲ୍, ଯାହା କର୍ମଚାରୀମାନଙ୍କୁ ଆତ୍ମ-ମୂଲ୍ୟାଙ୍କନ କରିବାକୁ ଏବଂ ଉଚ୍ଚ-ବିପଦ ଅଞ୍ଚଳରେ ପ୍ରବେଶ କରିବା ପୂର୍ବରୁ ଅସୁରକ୍ଷିତ ଆଚରଣକୁ ସଂଶୋଧନ କରିବାକୁ ସୂଚାଇ ଦେଉଥିବା ଚେକପଏଣ୍ଟ୍ ଭାବରେ କାର୍ଯ୍ୟ କରେ । ଏହି ନିରନ୍ତର ପ୍ରୟାସ ଶୂନ୍ୟ କ୍ଷତି ଏବଂ ପରିଚାଳନା ଉତ୍କର୍ଷତା ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ସୁଦୃଢ଼ କରିଥାଏ।
Trending
- Post ‘Islamabad Talks’ Fiasco: US Flies Ball Into Iran’s Court
- China Erecting World’s Largest Hydropower Dam On Tibet’s River That “Evolves Into India’s Brahmaputra”
- Odisha Universities Act comes into force after Governor’s nod
- Centre could not auctioned 66 coal blocks due to various reasons
- India Spurns China’s Malicious Move To Rename Indian Territory Locations With “Fictitious Names”
- Five game changing innovations for Viksit Odisha 2036
- Ayatollah Ali Khamenei’s “Chehlum”: Iran’s Age-Old Friend India Pays Solemn Homage
- Russian Prez Putin Offers Peace Mediation Between Belligerent US & Iran After Futile Islamabad Talks
Tuesday, April 14th, 2026